ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର, ୨୬/୧୦:ଏବେ ମୌସୁମୀ ରାଜ୍ୟରୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତନ କରିଛି ।ଏହାସହ ଅନ୍ୟପଟେ ରାଜ୍ୟରେ ଧିରେ ଧିରେ ତାପମାତ୍ରା କମି ଶୀତ ବଢିବାରେ ଲାଗିଛି । ସକାଳୁ ସକାଳୁ ଏବେ କୁହୁଡ଼ି ମଧ୍ୟ ପଢୁଛି। ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଶୀତ ଅନୁଭୁତ ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ନୂଆଗାଁ, ତୁମୁଡିବନ୍ଧରେ ତାପମାତ୍ରା କମିବାରେ ଲାଗିଛି। ତାପମାତ୍ରା ହ୍ରାସ ପାଇବା ଯୋଗୁଁ ରାସ୍ତା ଘାଟ କୁହୁଡିମୟ ହୋଇଛି। ଏହାସହ ଦାରିଙ୍ଗବାଡିରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମେଘମୁକ୍ତ ଆକାଶ ଏବଂ ଉତ୍ତରା ପବନ ବହିବା ଆରମ୍ଭ ହେଉଥିବାରୁ ଉଭୟ ଦିନ ଓ ରାତିରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆକଳନ କରାଯାଉଛି।