ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ, ୨୪/୧୦: କ୍ରମାଗତ ଭାବେ ଆଜି ପଞ୍ଚମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ପରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୭.୫୯ ଟଙ୍କାକୁ ବୃଦ୍ଧି ପାଇଛି। ଏହାସହିତ ଡିଜେଲର ମୂଲ୍ୟ ସମାନ ପରିମାଣରେ ଲିଟର ପିଛା ୯୬.୩୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧୧୩.୪୬ ଏବଂ ୧୦୪.୩୮ ଟଙ୍କା ରହିଛି। କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୧୦୮.୧୧ , ୯୯.୪୩ ଏବଂ ୧୦୪.୫୨ , ୧୦୦.୫୯ ରହିଛି।ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୧୧.୩୪ ଏବଂ ଡିଜେଲ ୧୦୨.୨୩ ରହିଥିବା ବେଳେ ହାଇଦ୍ରାବାଦରେ ଏକ ଲିଟର ପେଟ୍ରୋଲ ଦାମ୍‌ ୧୧୧.୯୧ ଏବଂ ଡିଜେଲ ମୂଲ୍ୟ ୧୦୫.୦୮ ରହିଛି।