ମନୀଷ ହତ୍ୟା ମାମଲା , ଗିରଫ ହେଲେ କନେଷ୍ଟବଳ

ଭୁବନେଶ୍ୱର, ୨୩/୧୦: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବା, ବେଆଇନ୍ ଭାବେ ବାର୍ ଖୋଲିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯାଇଛି । ସାଉଥ ସିଟି ବାର ମ୍ୟାନେଜରଙ୍କ ସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାକୁ ଗିରଫ କରିଛି ପୋଲିସ । ପ୍ରସନ୍ନ ବେହେରାଙ୍କ ନାମରେ ଆଇପିସି ଦଫା ୧୨୦ (ବି), ୨୬୯, ୨୭୦, ୫୨ ଅବକାରୀ ଆଇନ୍ ୩, ୫, ୯୬ରେ ମାମଲା ରୁଜୁ କରିଛି ତମାଣ୍ଡୋ ଥାନା ପୋଲିସ । ସୂଚନାଯୋଗ୍ୟ ଯେ କମିଶନରେଟ୍ ପୋଲିସ ଗତକାଲି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରିଥିଲା । ଗତକାଲି ହୋଟେଲ ସାଉଥ ସିଟିରେ ରେଡ୍ କରିଥିଲା ପୋଲିସ । ସେଠାରୁ ବିପୁଳ ମଦ ଜବତ କରାଯାଇଥିଲା ।