କିପରି କଟିବ ଆଜି ଆପଣଙ୍କ ଦିନ: ୨୩/୧୦/୨୦୨୧

ମେଷ:ସାମ୍ବାଦିକ ମାନେ ଅନେକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ ।

ବୃଷ:କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।

ମିଥୁନ:ଶିକ୍ଷା କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବା ଯୋଗେ ଦୃଢ଼ ଆତ୍ମ ବିଶ୍ୱାସ ଦ୍ୱାରା ଆଗକୁ ବଢ଼ି ପାରିବେ । କଠିନ ପରିଶ୍ରମ ହେତୁ ସାମାଜିକ ପତିଆରା ଅମଳିନ ରହିବ ।

କର୍କଟ:ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ କରି ପାରିବେ । ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର କଲେ ଆଶାତିତ ଲାଭବାନ୍ ହେବେ । ଜାଗାଜମି, ଗୃହ ବାହନ ଜନିତ ସମସ୍ୟାର ସମାଧାନ କରି ପାରିବେ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବ ।

ସିଂହ:କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବା ଫଳରେ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ ଓ କମ ପରିଶ୍ରମ କରି ଅଧିକ ଲାଭ ପାଇବେ । ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ମନାନ୍ତର ଦୂରେଇ ଯିବ ।

କନ୍ୟା:ବ୍ୟବସାୟ କ୍ଷେତ୍ରରେ ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ଆଶାତୀତ ଉନ୍ନତି ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ଚାକିରୀ କ୍ଷେତ୍ରରେ ଉନ୍ନତିର ସୂଚନା ପାଇବେ ।

ତୁଳା:ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗରେ ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ ।

ବିଛା:ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ଅବହେଳିତ ଲୋକଙ୍କସହ ମିଳାମିଶା କରି କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ ।

ଧନୁ:ସାମାଜିକ କାର୍ଯ୍ୟରେ ସଫଳତା ପାଇବା ସହ ଶରୀର ସୁସ୍ଥ ରହିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଭ୍ରାତୃବିବାଦ, ପଡ଼ୋଶୀ କଳହର ସମାଧାନ ହୋଇ ପାରିବ । ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରିବେ ।

ମକର:ସାମାଜିକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । କର୍ମଚରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ । ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ ।

କୁମ୍ଭ:ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ନୂତନ ଦିଗ୍ଦର୍ଶନପାଇ ବ୍ୟବସାୟରେ ସଫଳତା ଅର୍ଜନ କରିବେ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରି ପାରନ୍ତି । ଭାଇବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ।

ମୀନ:ଶାରୀରିକ ସୁସ୍ଥତା ଅନୁଭବ କରିବେ । ବନ୍ଧୁମିତ୍ରଙ୍କ ଆର୍ଥିକ ସହାୟତାରେ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ପାରିବେ ଓ ସୁଖ ସମୃଦ୍ଧି ବୃଦ୍ଧିହେବ ।