ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା

ପୁରୀ, ୨୧/୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଏଯାଏଁ ଟଳିନି। ତେଣୁ କୋଭିଡ କଟକଣା ଭିତରେ ଆବୁ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଉଛି। ଏହାରିମଧ୍ୟରେ ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। କିନ୍ତୁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର କୁ ଅନୁମତି ନାହିଁ।  ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛି । ସେହିପରି ଅନ୍ୟପଟେ ଆଜିଠାରୁ ଲାଗୁ ହୋଇଛି ସେବାୟତଙ୍କ ପାଇଁ ଡ୍ରେସକୋଡ। ପାରମ୍ପରିକ ଡ୍ରେସ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବାକୁ କଡା ନିର୍ଦ୍ଦେଶ ରହିଛି।