କମିସନରେଟ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର, ୨୦/୧୦: ରାଜଧାନୀ ଭୁବନେଶ୍ୱର ରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଛି। କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳି ପାଲଟିଛି ରାଜଧାନୀ ଭୁବନେଶ୍ୱର। ଏହାରିମଧ୍ୟରେ କମିସନରେଟ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ ଧରା ପଡିଛି। ପୋଲିସ ଆଖିରେ ଧୂଳି ଦେଉଥିବା ଏହି ଗ୍ୟାଙ୍ଗକୁ ଆଜି ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଅଞ୍ଚଳରୁ  କାବୁ କରିଛି ପୋଲିସ ।  ଏହାସହ ୫୧ଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଜବତ କରିଛି। ଏହି ଗ୍ୟାଙ୍ଗ୍ ଭୋର ସମୟରେ ଡକାୟତି କରନ୍ତି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକଗୁଡ଼ିକୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।