ଦାଦାବଟିକୁ ନେଇ ଫୁଟିଲା ଗୁଳି

ପୁରୀ, ୨୦/୧୦: ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳି ଫୁଟିଛି। କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି  ଭର୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହୋଇଯିବାରୁ ପୁରୀ ସଦର ହସ୍ପିଟାଲରୁ ମହିଳା କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ କୁଖ୍ୟାତ ଅପରାଧୀ ବିଜୁ ବେହେରା ଗୁଳିମାଡ କରି ଫେରାର ଥିବା ଅଭିଯୋଗ ହୋଇଛି।