ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଂଜିନିୟରିଂ ପାଠ୍ୟକ୍ରମ

ଭୁବନେଶ୍ୱର, ୧୮/୧୦: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ  ଇଂଜିନିୟରିଂ ପାଠ୍ୟକ୍ରମ ଆରମ୍ଭ ହେବ। ଭୁବନେଶ୍ବରରେ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଓ IOSR ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛିି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷରିତ ହୋଇଛି। AICTE ଓ IOSR ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବେ। ଦେଶର ଶିକ୍ଷା ବ୍ୟବସ୍ଥା ମାତୃଭାଷା ଆଧାରିତ ହେବା ଉଚିତ ବୋଲି ଧର୍ମେନ୍ଦ୍ର
ପ୍ରଧାନ କହିଛନ୍ତି।