ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ

ଭୁବନେଶ୍ୱର, ୧୮/୧୦: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ପାୟ ୨୩ ଘଣ୍ଟାର ଛାନଭିନ ପରେ  ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକ୍‌ଲେସ୍‌ ସହ ଦସ୍ତାବିଜ ଜବତ ହୋଇଛି । ଅନ୍ୟପଟେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଛାନଭିନ୍ କରିବେ ଚାଟାର୍ଡ ଆକାଉଣ୍ଟାଣ୍ଟ। ଏହାସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବ ଭିଜିଲାନ୍ସ ।