ଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୧୭/୧୦: ଆସନ୍ତା ୨୧ରୁ ରାଜ୍ୟରେ ଏକାଦଶ ଶ୍ରେଣୀର ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। ତେଣୁ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ସବୁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ। ନଭେମ୍ବର ୧ରୁ ସ୍କୁଲ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ହେବା ସହ ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ।ନିୟମିତ ବ୍ୟବଧାନରେ ଅଭିଭାବକ-ଶିକ୍ଷକ ବୈଠକ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ୍, ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ।