ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର, ୧୭/୧୦: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀ ଏବଂ ଡ୍ରାଇଭରଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର ସରକାରୀ ବାସଭବନ ସମେତ ପୈତୃକ ଘରେ ବି  ଚଢାଉ ଜାରି ହୋଇଛି। ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।