ଭୁବନେଶ୍ୱର ପାଇଁ ନୂଆ ଗାଇଡ଼ଲାଇନ, ବିବାହ କାର୍ଯ୍ୟରେ ଏକାଠି ହୋଇପାରିବେନି ୧୦୦ରୁ ଅଧିକ ଲୋକ

ଭୁବନେଶ୍ୱର,୧୧/୧୧: ଏବେ ବହୁ କାମ ସଂଖ୍ୟକ କଁ ରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଆଶଙ୍କା ରହିଛି। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ବିଏମସି ପକ୍ଷରୁ ରାଜଧାନୀ ପାଇଁ  ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିବାହ କାର୍ଯ୍ୟକ୍ରମରେ ୧୦୦ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି  । ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବିଏମସି ପକ୍ଷରୁ ୫୦ଜଣଙ୍କୁ ଅନୁମତି ଦିଆଯାଇଛିି ।

ଉଲ୍ଲେଖଯୋଗ୍ୟ ଯେ ଗତ ୬ ତାରିଖରେ ଜାରି କରାଯାଇଥିବା ଅନଲକ୍ ୬ ଗାଇଡ଼ଲାଇନରେ ବିବାହ କାର୍ଯ୍ୟରେ ୨୦୦ଜଣ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦୦ଜଣ ରହିପାରିବା ନେଇ ଅନୁମତି ଦିଆଯାଇଥିଲା।କିନ୍ତୁ ମହାମାରୀର ଦ୍ୱିତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତନ କରାଯାଇଛି ।