ଅଷ୍ଟମ, ଏକାଦଶ ଶ୍ରେଣୀ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ SOP ଜାରି

ଭୁବନେଶ୍ୱର, ୧୫/୧୦: କୋଭିଡ କଟକଣା ଭିତରେ ଆସନ୍ତା ୨୧ରୁ ଏକାଦଶ ଏବଂ ୨୫ ତାରିଖରୁ  ଅଷ୍ଟମ ଶ୍ରେଣୀ ଖୋଲିବ। ଏନେଇ ଅଷ୍ଟମ, ଏକାଦଶ ଶ୍ରେଣୀ ପାଇଁ ଗଣଶିକ୍ଷା ବିଭାଗର ପକ୍ଷରୁ SOP ଜାରି ହୋଇଛି। ସକାଳ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ ଶ୍ରେଣୀ। ସେହିପରି ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ  ଅଷ୍ଟମ ଶ୍ରେଣୀ ପାଠପଢ଼ା ଚାଲିବ। ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ। ସ୍କୁଲ ଖୋଲିବା ପରେ ବି ଅନ୍‌ଲାଇନ୍ ପାଠପଢ଼ା ଚାଲିବ।
ଅଭିଭାବକଙ୍କ ଅନୁମତି ନେଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ। ଶ୍ରେଣୀ ଗୃହରେ ପିଲା ମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି।କଣ୍ଟେନମେଣ୍ଟ ଜୋନର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତିି ନାହିଁ। ଏନେଇ  ଗଣଶିକ୍ଷା ବିଭାଗର ପକ୍ଷରୁ ସୁଚନା ଦିଆଯାଇଛି।