ଦୁର୍ଗତିନାଶିନୀଙ୍କ ମହାନବମୀ ପୂଜା

ଭୁବନେଶ୍ୱର, ୧୪/୧୦: ଚଳଚଞ୍ଚଳ ପୂଜା ମଣ୍ଡପ ମନ୍ତ୍ର ପାଠରେ କମ୍ପୁଛି ପୂଜା ମଣ୍ଡପ । ଆଜି ମଣ୍ଡପରେ ମା ଦୁର୍ଗତିନାଶିନୀଙ୍କ ମହାନବମୀ ପୂଜା। ବ୍ୟାରିକେଡ ଫାଙ୍କରେ ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଦୂରରୁ ଥାଇ ମାରୁଛନ୍ତି ମୁଣ୍ଡିଆ, ଜଣାଉଛନ୍ତି ମା’ଙ୍କ ନିକଟରେ ନିଜ ମନର ଦୁଃଖ । ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ପୂର୍ବ ବର୍ଷ ଭଳି ସବୁ ପୂଜା ମଣ୍ଡପ ଭକ୍ତଶୂନ୍ୟ ହୋଇ ପଡିଛି । ତେବେ ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଥିବାରୁ ବିଭିନ୍ନ ପୂଜା ମଣ୍ଡପ କର୍ତ୍ତୃପକ୍ଷ ଆପଣାଇଛନ୍ତି ଅଭିନବ ଉପାୟ । ଫେସ୍ ବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି । ଅନଲାଇନରେ ପୂଜାମଣ୍ଡପରୁ ଲାଇଭ ପୂଜା ଦେଖି ପାରୁଛନ୍ତି ଶ୍ରଦ୍ଧାଳୁ ।