ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ CBSE ର ଗାଇଡଲାଇନ ଜାରି

ଭୁବନେଶ୍ୱର, ୧୪/୧୦: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଛାତ୍ରଛାତ୍ରୀ ଙ୍କ ପାଠପଢା ଉପରେ ବେଶ ପ୍ରଭାବ ପଡିଛି। ତେଣୁ ପିଲାଙ୍କ ପାଠ ପଢା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାରିମଧ୍ୟରେ ଆଜି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ CBSE ର ଗାଇଡଲାଇନ ଜାରି ହୋଇଛି। ଅଫଲାଇନରେ ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ। ନଭେମ୍ବର-ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ମାର୍ଚ୍ଚ-ଏପ୍ରିଲରେ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହେବ। ଅନ୍ୟପଟେ ଅକ୍ଟୋବର ୧୮ରେ ପରୀକ୍ଷା ତାରିଖ ପ୍ରକାଶ ପାଇବ ବୋଲି ସୂଚନା ରହିଛି।