ଜେଲ୍ ନା ବେଲ୍, ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ, ୧୩/୧୦ : ଆଜି ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତା ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ ୧୧ ତାରିଖରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ ହୋଇଥିଲା । ତେବେ ୧୩ ତାରିଖକୁ କୋର୍ଟ ଏହି ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ । ଏହାସହ ଅରବାଜ ମରଚାଣ୍ଟ୍ ଏବଂ ମୁନମୁନ୍ ଧମେଚାଙ୍କ ବି ଜାମିନ୍ ‌ଆବେଦନର ଶୁଣାଣି ବି ଘୁଞ୍ଚିଥିଲା। ସେପଟେ NCB ମଧ୍ୟ ଆଜି ନିଜ ଜବାବ ଦାଖଲ କରିବ ବୋଲି ଜଣାପଡିଛି । ଆର୍ଯ୍ୟନଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଆଜି ହେବାର ଅଛି । ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ NCB ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା । ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡିଥିଲେ । କୋର୍ଟ ଆର୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ବର୍ତ୍ତମାନ ଆର୍ୟନ୍ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି ।