ସ୍ବଚ୍ଛ ଭାରତ ମିସନର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, ୧୨/୧୦: ସ୍ବଚ୍ଛ ଭାରତ ମିସନର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।  ସହରାଞ୍ଚଳ ସ୍ବଚ୍ଛ ଭାରତ ମିସନର ଅବଧି ୨୦୨୫-୨୬ ଯାଏ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ଯୋଜନା ପାଇଁ ୧ ଲକ୍ଷ ୪୧ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏହାସହ ସମସ୍ତ ସହରକୁ ବାହ୍ୟ ମଳମୁକ୍ତ ଘୋଷଣା କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। କୌଣସି ଜଳାଶୟକୁ ଆବର୍ଜନା ଜଳ ନ ଛାଡ଼ିବାକୁ ନିଷ୍ପତ୍ତି ନିିିଆଯାଇଛି।