ମିଳିଲା ଅନୁମତି, ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା

ନୂଆଦିଲ୍ଲୀ, ୧୨/୧୦: ଆଗକୁ କରୋନାର ତୃତୀୟ ଲହର ଆସିବାର ଅଛି। ମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାରିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିିିଛି। ଭାରତରେ ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । ଶ୍ୱାସ ରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ସରକାରୀ ସ୍ଥାନରେ ଏହି ଟିକା ମାଗଣାରେ ପ୍ରଦାନ କରାଯିବ ।