ଦେଶରେ ଦିନକରେ ୧୪,୩୧୩ ଜଣ ଆକ୍ରାନ୍ତ ଚିହ୍ନଟ, ଚାଲିଗଲା ୧୮୧ ଜୀବନ

ନୂଆଦିଲ୍ଲୀ ,୧୨/୧୦: ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୪ ହଜାର ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୮୫,୯୨୦କୁ ବୃଦ୍ଧି ପାଇଛି । ସେହିପରି ଆଜି ୧୮୧ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୯୬୩ ରେ ପହଁଚିଛି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଟି ୩୩ ଲକ୍ଷ ୨୦ ହଜାର ୦୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୨ ଲକ୍ଷ ୧୪ ହଜାର ୯୦୦ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।