ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ୧୨/୧୦ : ଜାମ୍ମୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ସେ ଗନ୍ଦରୱାଲ ନିବାସୀ ମୁଖତାର ଶାହା । ଅନ୍ୟ ଦୁଇଜଣଙ୍କର ପରିଚୟ ଏବେ ପର୍ଯ୍ୟନ୍ତ ବି ମିଳିପାରି ନାହିଁ । କିନ୍ତୁ ୩ ଆତଙ୍କବାଦୀ ଟିଆରଏଫ ସଦସ୍ୟ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲା । ଆତଙ୍କବାଦୀମାନେ ଆତ୍ମସମର୍ପଣ ନକରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଯାହାଫଳରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେଇଛି ଓ ସେଠାରେ ଏବେ ବି ସର୍ଚ୍ଚ ଅପରେସନ ଜାରି ହୋଇଛି ।