ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୧/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି।  ଏହି ବୈଠକରେ ୧୬ ପ୍ରସ୍ତାବ ଉପର  କ୍ୟାବିନେଟ ମୋହର ବାଜିଛି। ଅର୍ଥ, ଖାଦ୍ୟ ଯୋଗାଣ ବିଭାଗର ପ୍ରସ୍ତାବ, ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ପ୍ରସ୍ତାବକୁ ମୋହର ବାଜିଛି।