ରାଜ୍ୟରେ ଦିନକରେ ଆଉ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ,୧୮ ବର୍ଷ ଭିତରେ ୫୯ ଜଣ

ଭୁବନେଶ୍ୱର,୧୧/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୫୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୨,୧୪୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୧୮,୭୪୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୦୮୭ ଜଣ ଚିକିତ୍ସାଧୀନ ଅଛନ୍ତି।