ଷଷ୍ଠ ଦିନରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ,୧୦/୧୦:ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ତେଲ ଦର। ଅନ୍ୟପଟେ ତେଲଦର ପାଇଁ ସବୁକିଛି ମହଙ୍ଗା ହେବାରେ ଲାଗିଛି । ଆଜି ଲଗାତାର ଭାବେ ଷଷ୍ଠ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ ବଢ଼ାଇଛନ୍ତି ତୈଳ କମ୍ପାନୀ । ଡିଜେଲ୍ ଦର ଲିଟର ପିଛା ୩୫ ପଇସା ବଢ଼ିଥିବା ବେଳେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪.୧୪ ପଇସା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୯୨ ଟଙ୍କା ୮୨ ପଇସା ରହିଥିବା ସୂଚନା ମିଳିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୧୨ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଡିଜେଲର ଦର ଲିଟର ପିଛା ୧୦୦ ଟଙ୍କା ୬୬ ପଇସା ରହିଛି ।