ଆସନ୍ତାକାଲିଠୁ ୧୦ ଦିନ ବନ୍ଦ ରହିବ ସ୍କୁଲ, ହେଲେ କାହିଁକି ଜାଣନ୍ତୁ

ଭୁବନେଶ୍ୱର, ୯/୧୦ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସବୁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଥିଲା । ଏହାପରେ କରୋନା ସଂକ୍ରମଣ ଟିକେ କମିବା ପରେ ଆସ୍ତେ ଆସ୍ତେ ସବୁ ସ୍କୁଲ ଓ କଲେଜ ଖୋଲାଯାଇଥିଲା । କିନ୍ତୁ ପୁଣି ଏବେ ୧୦ ଦିନ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଗକୁ ଆସୁଥିବା ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ରହିବ । ଏହା ପରେ ୨୧ ତାରିଖରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକର ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପୁଣି ପାଠପଢ଼ା ଚାଲିବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।