ପ୍ରକାଶ ପାଇଲା OAS-୨୦୧୯ର ରେଜଲ୍ଟ

ଭୁବନେଶ୍ୱର, ୮/୧୦: ରାଜ୍ୟରେ କଁ ରୋନା ସଂକ୍ରମିତ ବଢୁ ଥିବାରୁ କୌଣସି ପରୀକ୍ଷା ହୋଇପାରୁନଥିଲା ଓ ରେଜଲ୍ଟ ମଧ୍ୟ ବାହାରି ପାରୁନଥିଲା। ଏବେ ସ୍ଥିତି ସୁଧୁରିବା ପରେ ସବୁ କିଛି ଆସ୍ତେ ଆସ୍ତେ ସ୍ୱାଭାବିକ କରାଯାଉଛି। ଏହାରିମଧ୍ୟରେ ପ୍ରକାଶ ପାଇଛି OAS-୨୦୧୯ର ରେଜଲ୍ଟ। ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୩ ମହିଳା ଥିବା ବେଳେ ଅଶ୍ବିନୀ କୁମାର ପଣ୍ଡା ଚଳିତ ଥରର ଟପ୍ପର ହୋଇଛନ୍ତି। ଗତ ଡିସେମ୍ବରରେ ୧୬୧୦ ଜଣ  ଲିଖିତ ପରୀକ୍ଷା ଦେଇଥିଲେ।