ଖୁସି ଖବର, ଆଜିଠୁ ନନ୍ଦନକାନନରେ ଗଡିବ ଟଏ ଟ୍ରେନ୍

ଭୁବନେଶ୍ୱର, ୮/୧୦: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପର୍ଯ୍ୟଟକମାନେ ଆଜିଠୁ ନନ୍ଦନକାନନରେ ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେଇପାରିବେ । ବିଗତ ୭ ବର୍ଷ ପରେ ଟଏ ଟ୍ରେନ୍ ଚାଲିବ। ଚିଡ଼ିଆଖାନା ଭିତରେ ୧.୨ କିଲୋମିଟରର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ ତିଆରି ହୋଇଛି। ଏହି ଟ୍ରେନରେ ୪ ଟି କୋଚ୍ ରହିଛି। ପ୍ରତି ଟ୍ରିପରେ ୨ ଜଣ ଦିବ୍ୟାଙ୍ଗ ସମେତ ମୋଟ ୭୨ ଜଣ ଯାତ୍ରୀଙ୍କୁ ଟ୍ରେନରେ ବସି ଜୀବଜନ୍ତୁ ଦେଖିବାର ସୁଯୋଗ ମିଳିବ। ସକାଳ ୯ଟାରୁ ଅପରାହ୍ନ ୫ଟା ଭିତରେ ପ୍ରତିଦିନ ଏହା ୧୨ଟି ଟ୍ରିପରେ ପାଖାପାଖି ୭ଶହ ପର୍ଯ୍ୟଟକଙ୍କୁ ଟ୍ରେନ୍ ସଫାରୀର ମଜା ନେଇପାରିବେ । ଅନ୍ୟପଟେ ସେହିପରି ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ।