ଆଜି ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

ଭୁବନେଶ୍ୱର, ୮/୧୦: ରାଜ୍ୟରେ କରୋନା କଟକଣା ଭିତରେ ଚାଲିଛି ନବରାତ୍ର ପୂଜା । ଧରା ପୃଷ୍ଠକୁ ଅବତରଣ କରିବେ ଜଗତ ଜନନୀ ମାଆ ଦୁର୍ଗା । ରାଜ୍ୟରେ ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଥିବା ବେଳେ ବିଧି ଅନୁସାରେ ଶୋଡ଼ଷ ଉପଚାରରେ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଆଜି ଭକ୍ତଙ୍କୁ ଶୋଡଷୀ ବେଶରେ ମାଆ କଟକ ଚଣ୍ଡି ଦର୍ଶନ ଦେଉଥିବା ବେଳେ ସେହିପରି ମାଆ ଗଡଚଣ୍ଡୀ ମଧ୍ୟ ବଗଳା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅନ୍ୟପଟେ ଆଜି ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଶ୍ବରୀ । ତେଣୁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ଅନେକ କଟକଣା ଜାରି କରାଯାଇଛି । ମାନସିକଧାରୀଙ୍କୁ ଚଳିତବର୍ଷ ଦୀପ ଦାନ କରିବାକୁ ଅନୁମତି ମିଳିଛି । କିନ୍ତୁ କରୋନା ଯୋଗୁ କଟକଣା ଜରରି ରହିଛି ।