ବ୍ରହ୍ମଗିରିରେ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭/୧୦: ଆଜି ପୁରୀର ବ୍ରହ୍ମଗିରି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍। ସେଠାରେ ସେ ପହଂଚି ଉଦ୍‌ବୋଧନ ଦେଇ କହିଛନ୍ତି ଯେ ପାଇପ୍‌ରୁ ସିଧାସଳଖ ପାନୀୟ ଜଳ ଯୋଗାଇବାରେ ପୁରୀ ଦେଶରେ ପ୍ରଥମ । ୯୧ଟି ଗାଁର ଲୋକେ ନୂଆ ପାନୀୟ ଜଳ ପ୍ରକଳ୍ପର ଲାଭ ପାଇବେ ।ଏହାସହ ୩୫ କୋଟି ଟଙ୍କାରେ ପୁରୀ ମେଡିକାଲକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀ ହେଉ କି ରିକ୍ସାବାଲା ପ୍ରତିଟି ଜୀବନ ମୂଲ୍ୟବାନ ବୋଲିି ସେ କହିଛନ୍ତି। ରାଜ୍ୟରେ BSKY ସ୍ମାର୍ଟ ହେଲଥ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ ବୋଲ ମୁଖ୍ୟମନ୍ତ୍ରୀ କହିଛନ୍ତି।