ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ,୭/୧୦: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶରେ ଆଜି ପୁଣିଥରେ ସରକାରୀ ତୈଳ କମ୍ପାନୀ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ପେଟ୍ରୋଲ ଲିଟର୍ ପିଛା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି କରାଯାଇଥିବା ଜଣାପଡିଛି । ଦର ବୃଦ୍ଧି ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୦୩.୨୪ ଟଙ୍କା ଥିବା ବେଳେ ଡିଜେଲ ୯୧.୭୭ ଟଙ୍କା ପ୍ରତି ଲିଟର୍ ପିଛା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୯.୨୫ ଟଙ୍କା ଥିବା ବେଳେ ଡିଜେଲ ୯୯.୫୫ ଟଙ୍କା ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ଜମ୍ମୁ-କଶ୍ମୀର ଏବଂ ଲଦାଖରୋ ମଧ୍ୟ ପେଟ୍ରୋଲ ଦର ୧୦୦ ପାର୍ କରିଛି ।