ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭/୧୦: ଦକ୍ଷିଣ ପାକିସ୍ତାନର ବାଲୋଚିସ୍ତାନର ହର୍‌ନେଇ ସହରରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଜଣାପଡ଼ିଛି। ଭୂକମ୍ପ ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଅଧିକରୁ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଭୂକମ୍ପ ଫଳରେ ଲୋକଙ୍କ ଉପରେ ଘରର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ଅଧିକାଂଶ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ସେଠାରେ ବିଦ୍ୟୁତ୍ ସରବରାହ ଏବଂ ମୋବାଇଲ୍ ଫୋନ୍ କଭରେଜ୍‌ ଇତ୍ୟାଦି ପ୍ରଭାବିତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକାଂଶ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଆଜି ଭୋର ପ୍ରାୟ ୩ଟା ସମୟରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ୨୦ କି.ମି. ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।