କିପରି କଟିବ ଆଜି ଆପଣଙ୍କ ଦିନ: ୦୭/୧୦/୨୦୨୧

ମେଷ:ଆଜି ଆପଣଙ୍କର ସୁନ୍ଦର ଦିନ ହେବ। ଆପଣଙ୍କର ବଡ ଦାୟିତ୍ୱ ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି କିମ୍ବା ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ବିଚାରାଧୀନ ମାମଲା ଆଗକୁ ଯିବ। ଧନ ଲାଭର ସମ୍ଭାବନା ଅଛି।

ବୃଷ:ଆପଣ ଆଜି କୌଣସି ଆର୍ଥିକ ଯୋଜନାରେ ବିନିଯୋଗ କରିପାରନ୍ତି। ଆପଣ ସଞ୍ଚୟ କରିବାକୁ ସମର୍ଥ ହେବେ। କାହା ସହିତ ମତଭେଦ ହୋଇପାରେ। ସାଙ୍ଗମାନଙ୍କୁ ଭେଟିବା ସମୟରେ ଚିନ୍ତାକରି କୁହନ୍ତୁ। ପରିବାର ସଦସ୍ୟ ଜଣେ ସଫଳତା ପାଇବେ।

ମିଥୁନ:ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ଆର୍ଥିକ ଅବସ୍ଥା ଭଲ ହେବ। ପାରିବାରିକ କାର୍ଯ୍ୟ ପାଇଁ ଆପଣ ଏକ ଯାତ୍ରାକୁ ଯାଇପାରନ୍ତି। ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିବେ। ମାନ ସମ୍ମାନ ବୃଦ୍ଧି ପାଇବ। ଭଲ ଖବର ଆସିବ।

କର୍କଟ:ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।ଆପଣ ନୂତନ ଲୋକଙ୍କୁ ଭେଟି ପାରନ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଦୁର୍ବଳ ହୋଇପାରେ। ବ୍ୟବସାୟ ସ୍ୱାଭାବିକ ହେବ। ମାନସିକ ଚାପରୁ ମୁକ୍ତି ମିଳିପାରେ।

ସିଂହ:ଆପଣ କିଛି ନୂତନ ପ୍ରକଳ୍ପ ବିଷୟରେ ବିଚାର କରିପାରନ୍ତି କିନ୍ତୁ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସଞ୍ଚୟରେ ବିନିଯୋଗ ସହିତ କାର୍ଯ୍ୟ ହେବ। ସମ୍ପର୍କୀୟଙ୍କୁ ଭେଟିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ଆପଣ ଅଫିସରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଭେଟି ପାରିବେ।

କନ୍ୟା:ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଆପଣଙ୍କୁ ଏକ ନୂତନ ଦିଗ ଦେବ। ଅଧିକାଂଶ କାର୍ଯ୍ୟ ସମାପ୍ତ ହୋଇ ଆପଣ ଖୁସି ହେବେ। ଆଜି ଏକ ଭଲ ଦିନ ହେବ। କର୍ମକ୍ଷେତ୍ରରେ ଦିନଟି ଅତ୍ୟନ୍ତ ଅନୁକୂଳ ହେବ। ଆର୍ଥିକ ଦିଗ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ।

ତୁଳା:ସମ୍ପତ୍ତି ସହ ଜଡିତ ବିଷୟଗୁଡିକ ସମାଧାନ ହେବ। ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ। ଆପଣ ନିଜର ପ୍ରିୟ ଲୋକଙ୍କ ସହଯୋଗ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। କର୍ମକ୍ଷେତ୍ରରେ ଏକ ଖୁସି ଖବର ଆସିବ।

ବିଛା:ଆତ୍ମବିଶ୍ୱାସରେ ଭରି ରହିବେ। କୌଣସି ବି କାମକୁ ଏଡାନ୍ତୁ ନାହିଁ। ବନ୍ଧୁଙ୍କ ସହିତ ମତଭେଦ ଦୂର ହେବ। ପରିବାର ସଦସ୍ୟଙ୍କର ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ହେବ। କୌଣସି ଜରୁରୀ ନିଷ୍ପତି ନେବାକୁ ତତ୍ପର ହୁଅନ୍ତୁ ନାହିଁ।

ଧନୁ:ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି। ଆୟ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସହଯୋଗ ମିଳିବ। ଯୁବକମାନେ ଖୁସି ହେବେ। ରିସ୍କ ନିଅନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି। ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ।

ମକର:ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ କୁହନ୍ତୁ ନାହିଁ। ଶତ୍ରୁ ପକ୍ଷ ସକ୍ରିୟ ରହିବେ। ଆପଣଙ୍କୁ ଧନଲାଭ ହେବ। ଆଜି ବ୍ୟସ୍ତ ରହିବେ। ଅଧିକ ବିପଦ ସହିତ ଜଡିତ କାର୍ଯ୍ୟ କରନ୍ତୁ ନାହିଁ। ଆଜି ଭଲ ରହିବେ। ନୂତନ ଲୋକଙ୍କ ସହିତ ସାକ୍ଷାତ କରିବେ।

କୁମ୍ଭ:ଜଣେ ଜ୍ଞାନୀ ବ୍ୟକ୍ତିଙ୍କୁ ଭେଟିବା ପରେ ଆପଣ ଜୀବନରେ ନୂଆ ଅନୁଭବ କରିବେ। ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରି ବୃଦ୍ଧମାନଙ୍କୁ ସେବା କରନ୍ତୁ। ।

ମୀନ:ଚାପ ଦୂର ହେବ। ନୂତନ କାମକୁ ନେଇ ଧର୍ଯ୍ୟ ରଖିବାକୁ ହେବ। ଅଚଳ ସମ୍ପତି କିଣିବାର ଯୋଜନା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ଆଜି ଆପଣଙ୍କୁ ଧନଲାଭ ହେବ। ଭୌତିକ ସାଧନରେ ବୃଦ୍ଧି ହେବ।