DRDO ଗୁପ୍ତଚରୀ ମାମଲାରେ ମିଳିଲା ପାକିସ୍ତାନ ଲିଙ୍କ୍

ଭୁବନେଶ୍ୱର, ୬/୧୦: ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।ଏହି  ମାମଲାରେ  ପାକିସ୍ତାନ ଲିଙ୍କ୍ ଥିବା ଜଣାପଡିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ଥିବା ସୂଚନା ମିଳିଛି।ରହସ୍ୟମୟୀଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଛି। କିନ୍ତୁ ପାକିସ୍ତାନରୁ ଅପରେଟ କରୁଥିଲେ ମଧ୍ୟ ବ୍ରିଟେନ ଆଇପି ଦର୍ଶାଉଥିଲା । ଏବେ ବି କିଛି ଲୋକଙ୍କ ସହ ଚାଟିଂ କରୁଛନ୍ତି ରହସ୍ୟମୟୀ ଯୁବତୀ। ରହସ୍ୟମୟୀଙ୍କର ଥିବା ୭ଟି ଫେସ୍‌ବୁକ୍‌ ଆକାଉଣ୍ଟରୁ କିଛି ଆକ୍ଟିଭ୍‌ ଥିବା ଜଣାପଡ଼ିଛି। କିଛି ଲୋକଙ୍କ ସହ ସେ ଆକ୍ଟିଭ୍‌ ଆକାଉଣ୍ଟରୁ ଚାଟିଂ କରୁଥିବା ତଥ୍ୟ ସାମ୍ନାକୁ ଆସିଛି।