ଆଜି ଓ ଆସନ୍ତାକାଲି ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୫/୧୦: ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି। ଆଜି ୧୫ ଓ ଆସନ୍ତାକାଲି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ବର୍ଷା ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲା ଗୁଡିକ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି।