ଶପଥ ନେଲେ ନବନିର୍ବାଚିତ ରୁଦ୍ର ମହାରଥୀ

ଭୁବନେଶ୍ୱର, ୫/୧୦ : ପିପିଲିର ଡେଲାଙ୍ଗ ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ମହାରଥୀ । ନବନିର୍ବାଚିତ ରୁଦ୍ର ମହାରଥୀଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତ ୩୦ ତାରିଖରେ ପିପିଲି ଉପନିର୍ବାଚନ ହୋଇ ଭୋଟ ଗ୍ରହଣ ହୋଇଥିଲା । ଏହାପରେ ୩ ତାରିଖରେ ପିପିଲିରେ ଭୋଟ ଗଣତି ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରୁଦ୍ର । ସୂଚନା ଯୋଗ୍ୟ ଯେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହୋଇଥିଲା । ଯେଉଁଥିରେ ବାଜିମାତ କରିଥିଲେ ରୁଦ୍ର ମହାରଥୀ ।