ପିପିଲି ଉପନିର୍ବାଚନ: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗୁଆ

ଭୁବନେଶ୍ୱର, ୩/୧୦: ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ  ଇଭିଏମ୍ ଭୋଟ୍ ଗଣତି ଆରମ୍ଭ ହୋଇଛି। ଏହାରିମଧ୍ୟରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୫୦୪୪ ଭୋଟ୍‌ରେ ଆଗୁଆ ଅଛନ୍ତି। ବିଜେଡି ୧୩୬୧୧, ବିଜେପି ୮୫୬୭, କଂଗ୍ରେସକୁ ୧୧୮୦ ଭୋଟ୍‌ ରହିଛି। ସୂଚନା ଯୋଗ୍ୟ ଯେ ମୋଟ ୧୪ଟି ଟେବୁଲରେ ୨୪ ରାଉଣ୍ଡ  ଗଣତି ହେବ। ଭୋଟ ଗଣତି ପାଇଁ  ୬୨ ଜଣ ଅଧିକାରୀ ନିୟୋଜିତ ଅଛନ୍ତି। ଏହାସହ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।