ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର, ୧/୧୦: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଚିଠିରେ ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ଦ୍ଵନ୍ଦ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଛନ୍ତି। ସେପ୍ଟେମ୍ବର ୨୦ରେ ଝାଡ଼ଖଣ୍ଡ ସରକାର କରିଥିବା ନୋଟିଫିକେସନ ଅନୁସାରେ ପାଠ୍ୟକ୍ରମରେ ବାଦ୍ ପଡ଼ିନି ଓଡ଼ିଆ। କେବଳ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସପ୍ତମ ପେପରରେ ଅନ୍ୟ ଆଞ୍ଚଳିକ ଭାଷା ଥିବାବେଳେ ଓଡ଼ିଆ ବାଦ୍ ପଡ଼ିଛି। ଏହା ସହ ବିଭିନ୍ନ ରାଜ୍ୟରେ ଉତ୍କଳ ସମ୍ମିଳନୀ ଜରିଆରେ ୧୬୦ ଓଡ଼ିଆ ଶିକ୍ଷକ ଦିଆଯାଇଛି ବୋଲି ସେ କହିଛନ୍ତି।