ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଭୁବନେଶ୍ୱର, ୧/୧୦: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ନିଶାଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ପୋଲିସକୁ ଖବର ମିଳିବା ପରେ ଜଳେଶ୍ୱରର ବିଭିନ୍ନ ଅଞ୍ଚଳରେ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ଏହାପରେ ରାଜପୁର ଗ୍ରାମରୁ ଅବକାରୀ ବିଭାଗ ଦ୍ୱାରା ୨୪୦ ଗ୍ରାମ ବ୍ରାଉନ୍ ସୁଗାରର ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ଜଣେ ଗିରଫ ମଧ୍ୟ ହୋଇଛନ୍ତି । ସେହିପରି ଝାଡ଼େଶ୍ୱରପୁର ଅଞ୍ଚଳରେ ପୋଲିସ୍ ଦ୍ୱାରା ୩୦୦ ଗ୍ରାମ ଜବତ ହୋଇଥିବା ବଳେ ୩ଜଣ ଗିରଫ ହୋଇଛନ୍ତି । ଜବତ ହୋଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡିଛି ।