ଗୋଟିଏ ଦିନରେ ରାଜ୍ୟରେ କରୋନା ଜନିତ ୧୫ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର, ୧୪ା୧୦: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୨୬୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ହୋଇଥିବା ୧୫ଜଣଙ୍କ ମଧ୍ୟରୁ କଟକରୁ ୩ଜଣ , ବୌଦ୍ଧ,ଭୁବନେଶ୍ୱର, କଳାହାଣ୍ଡି, ରାୟଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ଼, ଯାଜପୁର ଓ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।