ଆସିଲା ଅକ୍ଟୋବର ଗାଇଡ୍‌ଲାଇନ୍‌, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୩୦/୯: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ଏବେ ଅକ୍ଟୋବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ନଭେମ୍ବର ୧ ଯାଏ ଜାରି ରହିବ ସେପ୍ଟେମ୍ବର ଗାଇଡଲାଇନ୍‌।  ସେପ୍ଟେମ୍ବରରେ ଯାହା କଟକଣା ଥିଲା ଅକ୍ଟୋବରରେ ବଳବତ୍ତର ରହିବ ।

ପାର୍ବଣ ପାଇଁ କଟକ-ଭୁବନେଶ୍ବରରେ କଟକଣାକୁ କଡାକଡି କରାଯାଇଛି। ଟୁଇନ୍‌ ସିଟିରେ ଅକ୍ଟୋବର ୧୧ରୁ ୨୦ ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ରହିିିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ ନାଇଟ୍‌ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ରହିଛି।