ଦାୟିତ୍ବ ଗ୍ରହଣ କଲେ ନୂଆ ବାୟୂସେନା ମୁଖ୍ୟ ଭି.ଆର୍.ଚୌଧୁରୀ

ନୂଆଦିଲ୍ଲୀ, ୩୦/୯:ନୂଆ ବାୟୂସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  ଭି.ଆର୍.ଚୌଧୁରୀ। ବିଦାୟୀ ମୁଖ୍ୟ ଆରକେଏସ୍ ଭଦୌରିଆଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି। ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ଚୌଧରୀଙ୍କର ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ଅଛି। ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ ।