ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି

ଭୁବନେଶ୍ୱର, ୩୦/୯: ପୁରୀର ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ସକାଳ ୭ଟାରୁ ବିଭିନ୍ନ ବୁଥକୁ ଆସି ମତଦାନ କରୁଛନ୍ତି ଭୋଟର। ଉପନିର୍ବାଚନ ପାଇଁ କଡା ସୁରକ୍ଷାର ବ୍ୟବସ୍ଥା ହୋଇଛି । ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିପିଲିର ୨.୩ ଲକ୍ଷ ଭୋଟର । ୬ଟା ଯାଏ ଭୋଟ ଗ୍ରହଣ ଜାରି ରହିବ। ଦିବ୍ୟାଙ୍ଗ ଭୋଟରଙ୍କୁ ବୁଥ୍‌କୁ ନେବାକୁ ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲଟ ଜରିଆରେ ୧୦୭୭ ଜଣ ଭୋଟ ଦେଇଛନ୍ତି। ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୨୨ ଶହ ପୋଲିଂ କର୍ମଚାରୀ ଓ ୧୯୮୩ ପୋଲିସ କର୍ମଚାରୀ ଉପନିର୍ବାଚନ ପାଇଁ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଅନେକ ବୁଥରେ ଇଭିଏମ୍ ମେସିନ୍ ସମସ୍ୟା ଯୋଗୁ ମତଦାନ ଆରମ୍ଭ ହୋଇପାରିନାହିଁ । ପିପିଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତ ୧୩୯- A ନଂ ବୁଥରେ ଇଭିଏମ୍ ଅଚଳ ଯୋଗୁ ମତଦାନ ଆରମ୍ଭ ହୋଇନାହିଁ। ମକପୋଲ ପରେ ମେସିନରେ ତ୍ରୁଟି ଦେଖାଦେଇଛି ।