ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ SI ନିଲମ୍ବିତ

ପୁରୀ, ୨୯/୯: ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଳଙ୍ଗା ଥାନା SI ତଅପୋଇ ନାୟକ ନିଲମ୍ବିତ ହୋଇଛନ୍ତି। ସେ ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବନ କରିଛନ୍ତି ପୁରୀ ଏସ୍‌ପି ।  ସୂଚନା ଯୋଗ୍ୟ ଯେ ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଥାନାର ଛାତ ଉଡିଯିବା ସହ କାନ୍ଥ ଭୁଶୁଡି ପଡିଥିଲା । ଡ୍ୟୁଟିରେ ଥିବା ଥାନା କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ କାନ୍ଥ ପଡ଼ି ଅନେକ ଆସବାବପତ୍ର ନଷ୍ଟ ହୋଇଯାଇଥିଲା । ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ୮୦ ଭାଗ ପୂରା ମାଟିରେ ମିଶି ଯାଇଥିଲା ।