ରାଜ୍ୟରେ ଦିନକରେ ଆଉ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ,୧୮ ବର୍ଷ ଭିତରେ ୬୩ ଜଣ

ଭୁବନେଶ୍ୱର, ୨୯/୯: ରାଜ୍ୟରେ ଏବେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨୩୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫,୮୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୧୨,୧୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୫୧୩ ଜଣ ଚିକିତ୍ସାଧୀନ ଅଛନ୍ତି।