ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା

ନୂଆଦିଲ୍ଲୀ , ୨୮/୯ : ଆଜି ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର । ତାଙ୍କ ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର କଲ୍ୟାଣ ପାଇଁ ଏଜେଣ୍ଡା ଉପରେ କଦାପି ଆପୋଷ ବୁଝାମଣା କରିପାରିବି ନାହିଁ। ତେଣୁ ମୁଁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଉଛି।ଏହା ମଧ୍ୟ ସେ କହିଛନ୍ତି ଯେ ଇସ୍ତଫା ଦେଲେ ମଧ୍ୟ କଂଗ୍ରେସର ସେବା ଜାରି ରଖିବେ। ପଞ୍ଜାବ ବିଧାନସଭା ନିର୍ବାଚନ ପୁର୍ବରୁ ରାଜ୍ୟରେ କଂଗ୍ରେସରେ ସବୁକିଛି ବର୍ତ୍ତମାନ ଠିକ ଚାଲୁନାହିଁ । ସୂଚନାଯୋଗ୍ୟ ଯେ ପୁର୍ବରୁ ସିଦ୍ଧୁଙ୍କ ସହିତ ବିବାଦ ପରେ କିଛି ଦିନ ତଳେ ତାଙ୍କୁ ବାରମ୍ବାର ଅସମ୍ନାନିତ କରାଯାଇଥିବା କହି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ କ୍ୟାପ୍ଟେନ୍ ଅମରିନ୍ଦର ସିଂ ।