ଗତକାଲି ମହାନଦୀକୁ ଡେଇଁଲେ, ଆଜି ମିଳିଲା ମୃତଦେହ

ଭୁବନେଶ୍ୱର, ୨୭/୯: ଲ୍ୟାବ ଆସିଷ୍ଟାଣ୍ଡ ଦେବାଶିଷ ଦାସଙ୍କ ମୃତଦେହ ଠାବ ହୋଇଛି। କିଶୋର ନଗର ସିଲୋ ଅଞ୍ଚଳରୁ  ମୃତଦେହ ଠାବ ହୋଇଛି। ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ପରିବାର ଲୋକେ ପହଞ୍ଚିଛନ୍ତି। ଗତ କାଲି ମହାନଦୀକୁ ଡେଇଁ ପଡ଼ିଥିଲେ ଦେବାଶିଷ ଦାସ।

ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଏହି ଅଘଟଣ ଘଟିଛି । ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡିଥିଲେ । ଅଧ୍ୟାପକ ଦେବାଶିଷ ଦାସଙ୍କ ଘର ଚାଉଳିଆଞ୍ଜରେ ହୋଇଥିବା ଜଣାପଡିଛି । ଦେବାଶିଷ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।