ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ଗୁଲାବ, କିନ୍ତୁ ଜାରି ରହିବ ବର୍ଷା

ଭୁବନେଶ୍ୱର, ୨୭/୯: ବାତ୍ୟା ‘ଗୁଲାବ’ ଧୀରେ ଧୀରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଏହାପରେ ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଗୁଲାବ ର ପ୍ରଭାବ ଓଡ଼ିଶାରେ କିଛି କ୍ଷୟକ୍ଷତି ଘଟିନଥିଲେ ମଧ୍ୟ ଗତକାଲି ରାତିଠୁ ରାଜ୍ୟରେ ବର୍ଷା ଲାଗି ରହିଛିା । ଖାସ କରି ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ବର୍ଷା ହେଉଛି। ସେହିପରି ଆଜି ଆଜି ପାଇଁ ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଗତକାଲି ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଗୁଲାବ।