ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୭/୯: ଆଜି ଭାରତ ବନ୍ଦ । କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ (ସକାଳ ୬ଟାରୁ ଅପରାହ୍ଣ ୪ଟା) ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏହାସହ ଏହି ବନ୍ଦ ଡାକରାକୁ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଆମ୍‌ ଆଦମୀ ପାର୍ଟି ସମେତ ଡାକରାକୁ ୧୨ଟି ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି। କିନ୍ତୁ ବନ୍ଦ ଡାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଭାରତ ବନ୍ଦକୁ ଦୃଷ୍ଟିରେ ରଖି OSRTC ବସ୍ ସେବା ବନ୍ଦ ରହିଛି।