ଏବେ ଯାଏ ଓଡ଼ିଶାକୁ କିଛି ଅସୁବିଧା ନାହିଁ: ଏସଆରସି

ଭୁବନେଶ୍ୱର, ୨୬/୯: ବାତ୍ୟା ଗୁଲାବ କୁ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଯାଏ ଓଡ଼ିଶାକୁ କିଛି ଅସୁବିଧା ନାହିଁ। ଆକଳନର ୩ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ।ଗଞ୍ଜାମ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳରେ ଏଯାଏ କିଛି ଅସୁବିଧା ହୋଇନି।କିନ୍ତୁ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଏସଆରସି କହିଛନ୍ତି।