ମହାନଦୀକୁ ଡେଇଁଲେ ଜଣେ କଲେଜ ଅଧ୍ୟାପକ

ଭୁବନେଶ୍ୱର, ୨୬/୯: ପୁଣି ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡିଛନ୍ତି ଜଣେ କଲେଜ ଅଧ୍ୟାପକ । ଅଧ୍ୟାପକ ଦେବାଶିଷ ଦାସଙ୍କ ଘର ଚାଉଳିଆଞ୍ଜରେ ହୋଇଥିବା ଜଣାପଡିଛି । ଆଜି ସକାଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି ଦେବାଶିଷ ଦାସ । ସେ ଏବେ ବି ନିଖୋଜ ଅଛନ୍ତି । ଏନେଇ ସୂଚନା ଦେଇଛି ଜଗତପୁର ଥାନା ପୋଲିସ । ଦେବାଶିଷ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କୁ ଖୋଜିବାକୁ ଅଭିଯାନ ଆରମ୍ଭ ହୋଇଛି ।