ଆଜି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ଗୁଲାବ

ଭୁବନେଶ୍ୱର, ୨୬/୯: ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ପାଖେଇ ପାଖେଇ ଆସୁଛି ବାତ୍ୟା ଗୁଲାବ। ଗଞ୍ଜାମର ଗୋପାଳପୁରଠାରୁ ୩୧୦ କିମି ଦୂରରେ, ଆନ୍ଧ୍ରର କଳିଙ୍ଗପଟନମ୍‌ଠାରୁ ୩୮୦ କିମି ଦୂରରେ  ବାତ୍ୟା ରହିିଛି। ଏବେ
୬ ଘଣ୍ଟା ଧରି ୭ କିମି ବେଗରେ ଗତି କରୁଛି ବାତ୍ୟା।  ଆଜି ସଂଧ୍ୟା ସୁଦ୍ଧା ଗୋପାଳପୁର-କଳିଙ୍ଗପଟନମ୍‌ ମଝିରେ ସ୍ଥଳଭାଗ ଛୁଇଁପାରେ ବୋଲି ଆଶଙ୍କା ରହିଛି।